ମୁଖ୍ୟ ଖବର

ନାଟକ ଉତ୍ସବ ରଙ୍ଗ ସଙ୍ଗମ ଉଦଯାପିତ ସାମାଜିକ ବାର୍ତ୍ତା ଦେଲା ନାଟକ ‘ଶୁଖିଲା ସମୁଦ୍ର’

By Biswaranjan Pattnaik

September 06, 2023

ଅନୁଗୁଳ: ସ୍ଥାନୀୟ ସଭାଘରେ ଆୟୋଜିତ ହେଉଥିବା ନାଟକ ମହୋତ୍ସବ ରଙ୍ଗ ସଙ୍ଗମ ଆଜି ଉଦଯାପିତ ହୋଇଯାଇଛି। ସାଂପ୍ରତିକ ସମାଜରେ ପାରିବାରିକ ସମସ୍ୟା ଓ ଜଞ୍ଜାଳ ଘର ମୋର ସ୍ବର୍ଗକୁ କିଭଳି ଉପହାସ କରେ, ଆଧୁନିକ ଜୀବନ ଯନ୍ତ୍ରଣାକୁ ହଜମ କରିପାରୁ ନ ଥିବା ପୁଅ ଝିଅ ମାନେ ନିଜ ପିତା ମାତାଙ୍କୁ ମଧ୍ୟ କିଭଳି ହତାଦର କରନ୍ତି ତାହାହିଁ ନାଟକର ସାରାଂଶ।’ସମୁଦ୍ର ଶୁଖିଲା’ ଥିଲେ ନା ମଣିଷ ନା ଜଳଜୀବ କେହି ତାକୁ ପଚାରନ୍ତି। ଆଜି ସମାଜରେ ପିଲା ସଂସ୍କାର ନ ଶିଖିଲେ ବାପା ମା’ଙ୍କୁ ଶେଷ ସମୟରେ ହତାଦର ହିଁ କରିଥାନ୍ତି। ମୋଟ ଉପରେ ।ଆଜିର ସମାଜର ଦର୍ପଣ ସାଜିଛି ନାଟକ ‘ଶୁଖିଲା ସମୁଦ୍ର’। ନାଟକ ଲେଖିଛନ୍ତି ଡ଼ା ଶିବ କୁମାର ରଥ,ନିର୍ଦ୍ଦେଶନା ଦେଇଛନ୍ତି କୃଷ୍ଣ ଚନ୍ଦ୍ର ଦାସ।

ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ। ଅନ୍ୟମାନଙ୍କ ମଧ୍ୟରେ କଳାକାର ସଭାପତି ଭୂପେସ ଚନ୍ଦ୍ର ପ୍ରଧାନ,ସମ୍ପାଦକ ବିଭୂତି ପ୍ରସାଦ ମହାପାତ୍ର,ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ। ନାଟ୍ୟମର ମୁଖ୍ୟ ସୁଧାଂଶୁ ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ ।