ଅନ୍ୟାନ୍ୟ

ନବୋଦୟ ପାଇଁ ପ୍ରବେଶିକା ପରୀକ୍ଷା ଶେଷ: ୫୭୦ ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

By Swagatika Samantray

January 18, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଶନିବାର ନବୋଦୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। କିଶୋରନଗର ବ୍ଲକରେ ୫୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୂର୍ବାହ୍ନ ୧୧.୩୦ରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧.୩୦ ଯାଏଁ ଚାଲିଥିଲା। ବଇଣ୍ଡା ପରୀକ୍ଷା କେନ୍ଦ୍ରରେ ୧୯୧ ଜଣ, ବାମୁରରେ ୧୯୩ ଜଣ, କିଶୋରନଗର ହାଇସ୍କୁଲରେ ୧୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବଇଣ୍ଡାରେ ସୁପରିଟେଣ୍ଡେଣ୍ଟ ଭାବରେ ପ୍ରଧାନ ଶିକ୍ଷକ ପ୍ରଶ୍ନ ବିଶ୍ବାଳ, ବାମୁରର ରାମଚନ୍ଦ୍ର ସ୍ଵାଇଁ, କିଶୋରନଗରରେ ସୁପ୍ରଭା ସାହୁ ନିଯୁକ୍ତ ହୋଇଥିଲେ। ନବୋଦୟ ବିଦ୍ୟାଳୟର ଶିକ୍ଷକ ରବିକାନ୍ତ କଟିଆରୀ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ।