ଅନୁଗୋଳ: ଜମି ଅଧିଗ୍ରହଣ ବାବଦକୁ ମିଳିଥିବା କ୍ଷତିପୂରଣ ଟଙ୍କାରୁ ବଟି ଦାବି ଓ ଧମକ ଦେବା ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଅନୁଗୋଳ ଅମଲାପଡ଼ା ଅଞ୍ଚଳର ସତମ୍ ପଟ୍ଟନାୟକଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ବଡ଼କେରଜଙ୍ଗ ଗ୍ରାମର ଜଣେ ପ୍ରଜାଙ୍କୁ ଏକ ଘରୋଇ କମ୍ପାନୀର ଜମି ଅଧିଗ୍ରହଣ ବାବଦରେ ୨ ଲକ୍ଷ ୫୩ ହଜାର ଟଙ୍କା କ୍ଷତିପୂରଣ ମିଳିଥିଲା। ଏହାପରେ ସାତମ୍ ତାଙ୍କୁ ଭେଟି ନିଜ ପ୍ରଭାବ ଯୋଗୁଁ ଟଙ୍କା ମିଳିଥିବା ଦାବି କରି ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ମନା କରିବାରୁ ଧମକ ଦେଇ ଶେଷରେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ପରେ ପୁଲିସ ତଦନ୍ତ କରି ସେପ୍ଟେମ୍ବର ୩୦ ସନ୍ଧ୍ୟାରେ ତାଙ୍କୁ ଗିରଫ କରିଛି। ପୁଲିସ କହିଛି, ଗତ ୪ ବର୍ଷ ମଧ୍ୟରେ ତାଙ୍କ ବିରୋଧରେ ଏଭଳି ଏକାଧିକ ଅଭିଯୋଗ ରହିଛି। ସେ ବିଭିନ୍ନ ସମୟରେ ସ୍ୱେଚ୍ଛାସେବୀ ଓ ପରିବେଶକର୍ମୀ ପରିଚୟ ଦେଇ ଖଣି ଓ ଶିଳ୍ପବିରୋଧୀ ଆନ୍ଦୋଳନରେ ସାମିଲ ହେଉଥିବା ପୁଲିସ କହିଛି। ଜମି ଅଧିଗ୍ରହଣ ଓ ବିସ୍ଥାପନ ସମୟରେ ଦଲାଲଙ୍କଠାରୁ ସତର୍କ ରହିବା ସହ ହଇରାଣ ହେଲେ ତୁରନ୍ତ ଥାନାରେ ଜଣାଇବାକୁ ପୁଲିସ ପରାମର୍ଶ ଦେଇଛି।