ମୁଖ୍ୟ ଖବର

ଅନୁଗୁଳ ଟାଉନରେ ଇ.ଭି ଚାର୍ଜିଂ ଷ୍ଟେସନ ଖୁବ୍ ଶୀଘ୍ର

By Biswaranjan Pattnaik

September 19, 2025

ଅନୁଗୁଳ: ଅନୁଗୁଳ ସହର ଦୃତ ଗତିରେ ବଢୁଛି ଇ’ ସ୍କୁଟିର ଚାହିଦା। ସରକାରଙ୍କ ଇ.ଭି ପଲିସି ୨୦୨୫ ରେ ପ୍ରତି ଗାଡ଼ି ଉପରେ ୩୦ ହଜାର ଟଙ୍କାର ସବସିଡି ପରେ ଇ.ଭିର ବିକ୍ରି ଢେର ବୃଦ୍ଧି ପାଇଛି। ସକାଳ ବୁଲା ସାଙ୍ଗକୁ କୋଡ଼ିଏ ତିରିଶ କିମି ମଧ୍ୟରେ କୁଆଡେ ଯାଇ ଆସିବାକୁ ଲୋକେ ଇ.ଭି ଗାଡ଼ି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ତେବେ ଏ କ୍ଷେତ୍ରରେ ଚାରଜିଂ ଷ୍ଟେସନ ନଥିବାରୁ ଗ୍ରାହକ ମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଅନୁଗୁଳ ପୌରପାଳିକା ୫ ନମ୍ବର ଓ ୨୧ ନମ୍ବର ୱାର୍ଡରେ ଗୋଟିଏ ଲେଖା ଚାରଜିଂ ଷ୍ଟେସନ ବସାଇବାକୁ ଅର୍ଥ ମଞ୍ଜୁର ହୋଇଛି। ପ୍ରତି ଷ୍ଟେସନ ପାଇଁ କୋଡ଼ିଏ ଲକ୍ଷ୍ ଟଙ୍କାର ଅର୍ଥ ମଞ୍ଜୁର ମଧ୍ୟ କରାଯାଇଅଛି।