ମୁଖ୍ୟ ଖବର

ସାମାନ୍ୟ ବର୍ଷା ହେଲେ ଅଣ୍ଡରପାସରେ ଜମୁଛି ୫ ଫୁଟର ପାଣି, ଲୋକେ ହନ୍ତସନ୍ତ

By Angul TV Bureau

June 20, 2025

ଅନୁଗୁଳ: କଲବଲ କରୁଛି ଅନୁଗୁଳ ସହର ନିକଟବର୍ତ୍ତୀ ଗୋଳାବନ୍ଧ ନିକଟରେ ରେଳ ବିଭାଗ ତରଫରୁ ନିର୍ମିତ ଅଣ୍ଡରପାସ। ସାମାନ୍ୟ ବର୍ଷା ହେଲେ ଅଣ୍ଡରପାସ ମଧ୍ୟରେ ୪ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହୁଛି। ଫଳରେ ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରକାଶ ଯେ ରେଳ ବିଭାଗ ଯେଉଁ ଠିକାଦାରକୁ ଏହି ଅଣ୍ଡରପାସ ନିର୍ମାଣ କାର୍ଯ୍ୟ ଦେଇଥିଲା, ସେ କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ତାଳି ପକା କାମ କରି ବିଲ୍ ହାତେଇ ଛୁ। ଗତ ୭ ଦିନ ତଳେ ଅଣ୍ଡର ପାସରେ ପାଣି ଜମିବା କାରଣରୁ ଜଣେ ଲୋକ ରେଳ ଲାଇନ ଉପରେ ଡେଇଁଯାଉଥିବା ବେଳେ ଦୁର୍ଘଟଣାରେ ଗୋଡ଼ କଟିଥିଲା। ତେବେ ଏଭଳି ନିର୍ମାଣ କାରଣରୁ ସାଧାରଣ ଲୋକେ ହଇରାଣ ହେଉଥିବାରୁ ଏହାକୁ ଶୀଘ୍ର ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।