ମୁଖ୍ୟ ଖବର

ପରିବାର ଥାଇ ବି ବୃଦ୍ଧ ଅସହାୟ: ସମ୍ପତ୍ତି ନେଲା ପରେ ତଡ଼ି ଦେଲା ପୁଅ, ଏବେ ଖୋଜୁଛନ୍ତି ଆଶ୍ରୟ

By Angul TV Bureau

June 11, 2026

​ଅନୁଗୋଳ: ସବୁ ସମ୍ପତ୍ତି ପୁଅ-ଝିଅଙ୍କ ନାମରେ କରିଦେବା ପରେ, ଶେଷ ଜୀବନରେ ରାସ୍ତାକୁ ଆସିଛନ୍ତି ଅନୁଗୋଳ ବଅଁରପାଳ ବ୍ଲକ ମହିଧରପୁର ଅଞ୍ଚଳର ଜଣେ ୮୦ ବର୍ଷୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏକଦା ଧନୀ ଥିବା ଏହି ବୃଦ୍ଧ ଜଣକ ଏବେ ଅସହାୟ ଭାବେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।​ଅଭିଯୋଗ ଅନୁସାରେ, ବୃଦ୍ଧ ଜଣକ ପୁଅଙ୍କ ପାଇଁ ଦୋକାନ, ବିଶାଳ କୋଠା ଓ ଜମିବାଡ଼ି ଦେଇ ଦେଇଥିଲେ। ପେନସନ ଟଙ୍କା ବି ପରିବାର ଲୋକେ ନେଉଛନ୍ତି। ତଥାପି, ଗତ ୧୦ ବର୍ଷ ଧରି ତାଙ୍କୁ ଘରର ଏକ ଅଲଗା ବଖରାରେ ରଖାଯାଇଥିଲା। ଗୋଡ଼ରେ ଗଭୀର କ୍ଷତ ଏବଂ ଦୃଷ୍ଟିଶକ୍ତି କମିଯାଇଥିବାରୁ, ଏବେ ପରିବାର ତାଙ୍କୁ ଘରୁ ବାହାର କରିଦେଇଛନ୍ତି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଯତ୍ନ ନେବାକୁ କେହି ନାହାନ୍ତି। ନିଜର ଦୁର୍ଦ୍ଦଶା ବଖାଣି ବୃଦ୍ଧ ଜଣକ ଶେଷ ଜୀବନ କାଟିବା ପାଇଁ କୌଣସି ବୃଦ୍ଧାଶ୍ରମରେ ଆଶ୍ରୟ ମାଗିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।