ଅନ୍ୟାନ୍ୟ

ପୌରପାଳିକା ପକ୍ଷରୁ ଜବରଦଖଲ ଉଛେଦ ଅଭିଯାନ

By Biswaranjan Pattnaik

October 20, 2021

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ବୁଧବାର ସକାଳେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ଅମଲା ପଡା କେନାଲ ରୋଡ଼ ନିକଟରେ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ପୌରପାଳିକା ପକ୍ଷରୁ ଏକ ଯାଗା ରଖାଯାଇଥିଲା ନିକଟରେ କିଛି ମାଂସ ଦୋକାନୀ ସେ ଜାଗାକୁ ଦଖଲ କରି ବେପାର କରୁଥିଲେ। ପରିମଳ ଅଧିକାରୀ ଯୁଧିଷ୍ଠିର ବେହେରାଙ୍କ ନେତୃତ୍ୱରେ ଏକ ଟିମ ସେଠାକୁ ଯାଇ ଜବରଦଖଲ ଉଛେଦ କରିଥିଲେ। ସ୍କୁଲ ଛାତ୍ର ଛାତ୍ରୀ ସେହି ରାସ୍ତା ଦେଇ ଯାଉଥିବାରୁ ମାଂସ ଦୋକାନ ହଟାଇବା ପାଇଁ ସାଧାରଣରେ ଅଭିଯୋଗ ହେଉଥିଲା। ସେହିଭଳି ଅନୁଗୁଳ ମେଡିକାଲ ରୋଡ଼ ରେ ପରିବା ବ୍ୟବସାୟୀ ବସି ଭିଡ ବଢାଉଥିବାରୁ ସେ ସ୍ଥାନରୁ ମଧ୍ୟ ପରିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା। ପୌରପାଳିକାର କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଉଛେଦର କିଛି ଦିନପରେ ପୁଣି ସେହି ସ୍ଥାନ ଜବରଦଖଲ ହେଉଥିବାରୁ ଏଥିନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।