ଅନ୍ୟାନ୍ୟ

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ: ବୁଲଡୋଜର ଲଗାଇ ଭଙ୍ଗାଗଲା ଛାତ ଓ ସେଡ୍

By Angul TV Bureau

July 23, 2022

ତାଳଚେର : ତାଳଚେର-ବଅଁରପାଳ ୧୪୯ ନଂ ଜାତୀୟ ରାଜପଥ ମଧ୍ୟରେ ବହ୍ଲର ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଥିବା ଜବରଦଖଲକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ଅଭିଯୋଗ ହେବା ପରେ ଆଜି ଉପଜିଲ୍ଳାପାଳ ବିଶ୍ୱରଞ୍ଜନ ରଥଙ୍କ ନିର୍ଦ୍ଦେଶରେ ପୋଲିସ୍ ଓ ପ୍ରଶାସନର ମିଳିତ ଉଦ୍ୟମରେ ରାଜପଥକୁ ଫାଙ୍କା କରାଯାଇଛି। ରାସ୍ତାକୁ ଅବରୋଧ କରିଥିବା ଜବରଦଖଲକାରୀଙ୍କ ସିଡ଼ିଘର, ଅସ୍ଥାୟୀ ସେଡ଼୍‌, ଆଗକୁ ବଢ଼ାଇଥିବା ଛାତକୁ ବୁଲଡ଼ୋଜର ଲଗାଇ ଭଙ୍ଗା ଯାଇଛି। ଆଗକୁ ଯେମିତି କେହି ବି ପୁଣିଥରେ ରାସ୍ତା ଜବରଦଖଲ ନ କରନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।