ଅନୁଗୁଳ: ଅମଲାପଡ଼ା କେନାଲ ହୁଡାରେ ଆଠରୁ ଦଶ ଜଣ କଂସେଇ ମାଂସ ଦୋକାନ ବେଆଇନ ଭାବେ କରି ଆସୁଥିଲେ। ଶହ ଶହ ସ୍କୁଲ ପିଲା ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ ଦୋକାନୀ ମାନେ ବ୍ୟବସାୟ ଜାରି ରଖିଥିଲେ। ଆଜି ପୌରପାଳିକାର ନିର୍ଦ୍ଦେଶରେ ସେହି ଦୋକାନ ସବୁକୁ ଉଚ୍ଛେଦ କରାଯାଇଥିଲା। ତେବେ ଛାଡଖାଇ ପୂର୍ବରୁ ଏଭଳି ଉଚ୍ଛେଦ ନେଇ ସହରରେ ବେଶ୍ ଚର୍ଚ୍ଚା ହେଉଛି।