ଘଟଣା ଓ ଦୁର୍ଘଟଣା

କଲେଜ ରୋଡ଼ରୁ ଜବରଦଖଲ ଉଛେଦ

By Biswaranjan Pattnaik

April 10, 2025

ଅନୁଗୁଳ: ଗତ କିଛି ମାସ ଧରି ଅନୁଗୁଳ କଲେଜ ରୋଡ଼ର ଉଭୟ ପାର୍ଶ୍ୱକୁ କିଛି ଦୋକାନୀ ଜବର ଦଖଲ କରି ଫଳ, ଫାଷ୍ଟ ଫୁଡ, ଜୁସ ଦୋକାନ ଏବଂ ଅନ୍ୟାନ୍ୟ ଉଠା ଦୋକାନ ଦେଇଥିଲେ। ଏହାଦ୍ୱାରା ଟ୍ରାଫିକ ଜାମ ହେଉଥିବା ନେଇ ଅଭିଯୋଗ ହେଉଥିଲା। ଆଜି ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନୁଗୁଳ କଲେଜ ଗସ୍ତର ଅବ୍ୟବହିତ ପୂର୍ବରୁ ଅନୁଗୁଳ ପୌରପାଳିକା ପକ୍ଷରୁ ଚଢ଼ାଉ କରାଯାଇ ଜବର ଦଖଲ ଉଚ୍ଛେଦ କରାଯାଇଥିଲା।