ଘଟଣା ଓ ଦୁର୍ଘଟଣା

ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଜବର ଦଖଲ ଉଛେଦ

By Biswaranjan Pattnaik

December 14, 2021

ଅନୁଗୁଳ: ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ମଙ୍ଗଳବାର ସକାଳେ ପୌରପାଳିକା ପକ୍ଷରୁ ଜବର ଦଖଲ ଉଚ୍ଛେଦ କରଯାଇଛି। ଏହି ଛକରେ ଦୀର୍ଘଦିନ ଧରି ଫାଷ୍ଟ ଫୁଡ଼,ହୋଟେଲ,ଚା, ଦୋକାନ ସାଙ୍ଗକୁ ପରିବା ଦୋକାନ ଖୋଲିବା ଦ୍ୱାରା ସେ ଅଞ୍ଚଳରେ ଟ୍ରାଫିକ ଜାମ୍ ହେଉଥିଲା। ଛାତ୍ରୀ ମାନେ ସ୍କୁଲ ଗଲାବେଳେ ଏଥିଲାଗି ବହୁ ଅସୁବିଧର ସମ୍ମୁଖିନ ହେଉଥିଲେ। ପରିବା ଦୋକାନୀ ଗୁଡିକ ନଷ୍ଟ ପରିବା ଗୁଡିକୁ ପାଖ ଡ୍ରେନରେ ଫିଙ୍ଗିବା ଦ୍ୱାରା ଡ୍ରେନ୍ ଜାମ୍ ହୋଇ ମଇଳା ପାଣି ରାସ୍ତାରେ ଚାଲୁଥିଲା। ଏ ସମ୍ପର୍କରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଅଭିଯୋଗ କରିବା ପରେ ପୌରପାଳିକା ପକ୍ଷରୁ ଜେସିବି ଲଗାଇ ଜବର ଦଖଲ ଉଚ୍ଛେଦ କର ଯାଇଥିଲା ।