ମୁଖ୍ୟ ଖବର

ଅନୁଗୁଳରେ ଇଭିଏମ୍ ଓ ଭିଭିପାଟ୍ ସଚେତନତା ରଥର ଶୁଭାରମ୍ଭ, ସମସ୍ତେ ଭୋଟ ଦେବାକୁ ପରାମର୍ଶ

By Angul TV Bureau

January 11, 2024

ଅନୁଗୁଳ: ସଚେତନ ହେବେ ଭୋଟର। ଏଥିପାଇଁ ଗତକାଲି ଠାରୁ ଆସନ୍ତା ଫେବ୍ରୁୟାରୀ ମାସ ୨୪ ତାରିଖ ପର୍ଯ୍ୟନ୍ତ ଇଭିଏମ୍ ଓ ଭିଭିପାଟ୍‌ ମେସିନ୍ ଦ୍ବାରା ଭୋଟିଂର ସଚେତନତା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏ ଅବସରରେ ଗତକାଲି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦ୍ବାରା ସଚେତନତା ରଥର ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।

ଅନୁଗୁଳ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ମତଦାନ କେନ୍ଦ୍ରକୁ ସ୍ବତନ୍ତ୍ର ମୋବାଇଲ ଡେମନ୍‌ଷ୍ଟ୍ରେସନ ଭେହିକିଲ୍ (ଏମ.ଡି.ଭି) ଜରିଆରେ ଟ୍ରେନିଂ ଇ.ଭି.ଏମ୍ ଓ ଭିଭିପାଟ୍‌ ମେସିନ୍‌କୁ ନେଇ ଗାଁକୁ ଗାଁ ବୁଲି ଭୋଟରଙ୍କୁ ସଚେତନ କରାଯିବ। ସେହିପରି ଜିଲ୍ଲାରେ ଥିବା ୪ଟି ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ମଧ୍ୟ ଇ.ଭି.ଏମ୍ ଡେମନ୍‌ଷ୍ଟ୍ରେସନ ସେଣ୍ଟର (ଇ.ଡି.ଟି) ଖୋଲାଯାଇ ଟ୍ରେନିଂ ଇ.ଭି.ଏମ ମେସିନ ରଖାଯାଇ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ଭୋଟରଙ୍କୁ ଇ.ଭି.ଏମ ଦ୍ବାରା ଭୋଟ ଦେବା ନିମନ୍ତେ ସଚେତନ କରାଯିବ। ଏ ଅବସରରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଜିଲ୍ଲାରେ ଥିବା ସମସ୍ତ ଭୋଟର ଭାଗ ନେଇ ଶତ ପ୍ରତିଶତ ମତଦାନ କରାଇବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି।