ମୁଖ୍ୟ ଖବର

ଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ପରଲୋକ, ଫୁସଫୁସ ସଂକ୍ରମଣ ପାଇଁ ହସ୍ପିଟାଲରେ ଥିଲେ ଭର୍ତ୍ତି

By Biswaranjan Pattnaik

December 20, 2023

ଅନୁଗୁଳ: ଅନୁଗୁଳର ପୂର୍ବତନ ବିଧାୟକ ତଥା ବିଶିଷ୍ଟ କଂଗ୍ରେସ ନେତା ସନ୍ତୋଷ ପ୍ରଧାନଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସlଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଗତ କିଛି ଦିନ ଧରି ସେ ଫୁସଫୁସ ଜନିତ ସଂକ୍ରମଣ ହେତୁ ହସପିଟାଲରେ ଭର୍ତ୍ତି ହୋଇଥିଲେ।

ସ୍ଵର୍ଗତ ପ୍ରଧାନ ଅନୁଗୁଳ ଜିଲା ପାଇଁ ଅନେକ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଙ୍କର ଏକ ପ୍ରମୁଖ ରାଜନୈତିକ ଉପଲବ୍ଧି ହେଉଛି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ କୃଷି ନିମନ୍ତେ ଜଳସେଚନ ବ୍ୟବସ୍ଥାରେ ଉନ୍ନତି କରିବା ଓ ରାଜ୍ଯର ଦୁର୍ଗମ ଅଞ୍ଚଳରେ ଗମନାଗମନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ମୋରମ ରାସ୍ତା ନିର୍ମାଣ କରିବା।

ସ୍ଵର୍ଗତ ସନ୍ତୋଷ ପ୍ରଧାନ ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ ପଦ ଯାଏଁ ଆସନ ଅଳଙ୍କୃତ କରିଥିଲେ। ସେ ୧୯୬୭ ମସିହାରେ ତୁବେ ପଞ୍ଚାୟତରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ୧୯୬୭-୧୯୭୫ ମସିହା ପର୍ଯ୍ୟନ୍ତ ସରପଞ୍ଚ ଥିଲେ। ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ବଅଁରପାଳ ବ୍ଲକ ଚେୟାରମାନ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ପରେ ୧୯୮୦ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଅଷ୍ଟମ ବିଧାନସଭାର ଅନୁଗୁଳର ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ବିଧାନସଭାରେ ସଫଳତାର ସହ ପ୍ରତିନିଧିତ୍ଵ କରିଥିଲେ l ପରେ ୧୯୯୫ ମସିହାରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ କରିବା ସହ କଂଗ୍ରେସ ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରି ଜନସାଧାରଣଙ୍କ ସେବା କରିଥିଲେ।` ତାଙ୍କ ବିୟୋଗରେ ଅନୁଗୁଳ ସମେତ ରାଜ୍ଯର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।