ମୁଖ୍ୟ ଖବର

ଅନୁଗୁଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନିଧନ, କିଛିଦିନ ହେଲା ଥିଲେ ଅସୁସ୍ଥ

By Angul TV Bureau

December 23, 2023

ଅନୁଗୁଳ: ଅନୁଗୁଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କର ଆଜି ନିଧନ ହୋଇଛି। ନାଲକୋ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗତ କିଛିବର୍ଷ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ରମେଶ ଜେନା।

ସୂଚନାଯୋଗ୍ୟ ଯେ ରମେଶ ଜେନା ୧୯୪୦ ମସିହାର ନଭେମ୍ବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ରମେଶ ଥରେ ନିର୍ବାଚିତ ହୋଇଥିଲେ। ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ଅନୁଗୁଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୯୫ ରୁ ୨୦୦୦ ମସିହା ଯାଏ ଅନୁଗୁଳର ବିଧାୟକ ପଦରେ ରହିଥିଲେ।