ମୁଖ୍ୟ ଖବର

ପ୍ରକଳ୍ପ ବିଲ ପାଇଁ ପୂର୍ବତନ ସରପଞ୍ଚଙ୍କ ଧାରଣା

By Swagatika Samantray

February 06, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଅନ୍ତର୍ଗତ କଣ୍ଟେଇକୁଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୋମବାର ପ୍ରକଳ୍ପ ବିଲ ଅର୍ଥ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ଯେ, କଣ୍ଟେଇକୁଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କୁମୁଦିନୀ ପ୍ରଧାନ ତାଙ୍କ କାର୍ଯ୍ୟକାଳ ସମୟରେ ପଞ୍ଚାୟତର ସମସ୍ତ ଗାଁରେ କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ପାଣ୍ଠିରେ ପଞ୍ଚାୟତ ବୈଠକରେ ସ୍ଥିର କରାଯାଇଥିବା ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଜନ କଲ୍ୟାଣ ଉଦ୍ଦେଶ୍ୟରେ ଉପଯୋଗୀ ହୋଇସାରିଛି। କିନ୍ତୁ ବର୍ତ୍ତମାନ ରାଜାନୈତିକ ଉଦ୍ଦେଶ୍ୟ ଓ କିଛି ଲାଳସା ରଖି ବ୍ଲକ୍ ପ୍ରଶାସନ ବିଲ୍ ପାସ କରାଉ ନାହାନ୍ତି। ଯାହା ଫଳରେ ଧାର ଉଦ୍ଧାର କରି କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ କରିଥିବା କାର୍ଯ୍ୟ କରିଥିବା ଲୋକମାନେ ଟଙ୍କା ନପାଇ ହନ୍ତସନ୍ତ ହେଉଛନ୍ତି। ଏ ନେଇ ଉଭୟ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ, ବାଧ୍ୟ ହୋଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବୋଲି ଶ୍ରୀମତୀ ପ୍ରଧାନ ପ୍ରକାଶ କରିଛନ୍ତି।