ମୁଖ୍ୟ ଖବର

ଆଠମଲ୍ଲିକରେ ଅବକାରୀ ଚଢ଼ଉ : ୪୫.୮ କିଲୋ ଗଞ୍ଜେଇ ଜବତ, ୨ ଗିରଫ

By Angul TV Bureau

September 22, 2023

ଅନୁଗୁଳ: ଆଠମଲ୍ଲିକ ସହରରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରି ୪୫ କିଲୋ ୮ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଆଠମଲ୍ଲିକ-ଧଳପୁର ପୋଲ ଦେଇ ବୌଦ୍ଧରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆଠମଲ୍ଲିକ ଅବକାରୀ ଉପନିରୀକ୍ଷକ ଧରଣୀଧର ପ୍ରହରାଜଙ୍କ ନେତୃତ୍ୱରେ ସହକାରୀ ଉପ ନିରୀକ୍ଷକ ରମେଶ ବେହେରା, ଅମରଦୀପ କୁଜୁର ଓ ଆଠମଲ୍ଲିକ ବଇଣ୍ଡା ଅବକାରୀ କର୍ମଚାରୀ ଛକି ରହିଥିଲେ। ସେମାନେ ଏକ ମାରୁତି ସ୍ୱିପଟ ଡିଜାୟାର କାର (ଓ. ଡି.୨୭ ସି ୮୩୩୭)କୁ ଗାନ୍ଧୀଛକ ନିକଟରେ ଅଟକାଇ ଥିଲେ। ଯାଞ୍ଚ ବେଳେ ଗାଡି ଭିତରୁ ୪୫ କିଲୋ ୮ଶହ ଗ୍ରାମ ଓଜନର ୨ଟି ବସ୍ତା ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ବୌଦ୍ଧ ଜିଲ୍ଲା ଉଦୟପୁରର ସୁଶାନ୍ତ ମହାନନ୍ଦିଆ (୩୮) ଓ ସୁଶୀଲ ମହାନନ୍ଦିଆ (୩୦) କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ୫୦ ହଜାର ଓ ଜବତ କାରର ମୂଲ୍ୟ ୧୦ ଲକ୍ଷ ହେବ। ଉଭୟଙ୍କୁ ଡାକ୍ତରୀ ମାଇନା କରାଯାଇ ଶୁକ୍ରବାର ଅଦାଲତ ଚାଲାଣ କରାଯାଇଛି।