ଅନୁଗୋଳ: ସ୍କୁଟିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର ଚଢ଼ାଉ। ୭ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ଅନୁଗୋଳ ଅବକାରୀ ବିଭାଗ। ଅନୁଗୋଳ ଅବକାରୀ ଉପଅଧୀକ୍ଷକ ଧୀରେନ ବେହେରା ଓ ନିରୀକ୍ଷକ ଉମାକାନ୍ତ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ରାସ୍ତାରେ ଏହି ଅଭିଯାନ କରାଯାଇଥିଲା।
ଖବର ପାଇ ଅବକାରୀ ଟିମ୍ ଏକ ହୋଣ୍ଡା ଆକ୍ଟିଭା ସ୍କୁଟିକୁ ଅତର୍କିତ ଯାଞ୍ଚ କରିଥିଲା। ଚଢ଼ାଉ ବେଳେ ସନ୍ଥପଡ଼ା ଗ୍ରାମର ଅଭୟ ସାମଲ (୫୫)ଙ୍କୁ ଗିରଫ କରାଯାଇ କେସ୍ ନଂ-୧୪୪/୨୬ ଅଧୀନରେ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ଅବକାରୀ କର୍ମଚାରୀ ରଣଜିତ ପାତ୍ର, ସରୋଜ ସାହୁ, ପୁପୁନୁ ପ୍ରଧାନ ଏବଂ ଗୌରୀ ଓରାମ ପ୍ରମୁଖ ସାମିଲ ଥିଲେ।