ଘଟଣା ଓ ଦୁର୍ଘଟଣା

ଅବକାରୀ ଚଢ଼ାଉ, ୪ ଗିରଫ

By Swagatika Samantray

January 09, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪ ଜଣଙ୍କୁ ଗିରଫ କରାଯିବାସହ ୫୪ ଲିଟର ଦେଶୀମଦ ଜବତ କରାଯାଇଛି। ସୂଚନା ଯେ, ଅବକାରୀ ମୋବାଇଲ ସ୍କ୍ବାର୍ଡ ତରଫରୁ ଛେଣ୍ଡିପଦା ଥାନା ଅନ୍ତର୍ଗତ ମାରୁଢ଼ିପର ବିପିନ ସେଠୀ(୫୬)ଙ୍କ ଘରେ ଚଢ଼ାଉ କରାଯାଇ ତାଙ୍କଠାରୁ ୧୨ ଲିଟର ଦେଶୀମଦ ଜବତ କରାଯାଇଛି।

ସେହିଭଳି ନୂଆଗାଁ ବିମ୍ବାଧର ବେହେରା(୫୩)ଙ୍କ ଘରେ ଚଢ଼ାଉ କରାଯାଇ ୨୦ ଲିଟର ରନ୍ଧା ଦେଶୀମଦ ଓ ୪୦ ମହୁଲ ପୋଚ ଜବତ କରାଯାଇଛି। ପାତ୍ରପଡ଼ା ଗାଁର ବାସନ୍ତୀ ସେଠୀ(୩୦)ଙ୍କ ଘରେ ଚଢ଼ାଉ କରାଯାଇ ୫ ଲିଟର ଦେଶୀ ରନ୍ଧାମଦସହ ୮୦ କେଜି ମହୁଲ ପୋଚ ଜବତ କରାଯାଇଛି। ସେହିପରି ଅନୁଗୁଳ ଟାଉନଥାନା ଅନ୍ତର୍ଗତ ବଡ଼କଞ୍ଜଣୀ ଗାଁର ଲକ୍ଷ୍ମଣ ଧଳ(୫୫)ଙ୍କ ଘରେ ଚଢ଼ାଉ କରାଯାଇ ୧୭ ଲିଟର ଦେଶୀ ମଦ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।