ମୁଖ୍ୟ ଖବର

ଆଠମଲ୍ଲିକ ଉପଖଣ୍ଡ ଅବକାରୀ ବିଭାଗର ଚଢ଼ଉ: ୧୧ କିଲୋ ୨ ଶହ ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

By Angul TV Bureau

May 18, 2023

ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ୨ ଟି ଜାଗାରେ ଚଢ଼ଉ କରାଯାଇ ୧୧ କିଲୋ ୨ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଆଠମଲ୍ଲିକ ଅବକାରୀର ଭାରପ୍ରାପ୍ତ ନିରୀକ୍ଷକ ଧରଣୀଧର ପ୍ରହରାଜ ୨ଟି ଜାଗାରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ବଇଣ୍ଡା ଉପ ଅବକାରୀ ନିରୀକ୍ଷକ ରଞ୍ଜିତା ହରିଚନ୍ଦନ, ସହକାରୀ ଅବକାରୀ ନିରୀକ୍ଷକ ମାନସ ରଞ୍ଜନ ପ୍ରଧାନ ଓ ଆଠମଲ୍ଲିକ ବଇଣ୍ଡା ଅବକାରୀ କର୍ମଚାରୀଙ୍କ ସହ ମିଳିତ ଚଢ଼ଉ କରିଥିଲେ। ସେମାନେ କିଶୋରନଗର ଥାନା କଦଳୀମୁଣ୍ଡା ହନୁମାନ ଛକ ନିକଟରୁ କୁଣ୍ଢେଇଗୁଳା ଥାନା ପରା ଅଞ୍ଚଳର ସୁରେଶ ନାଏକଙ୍କ ଠାରୁ ୫ କିଲୋ ୨ ଶହ ଗ୍ରାମ ଭର୍ତ୍ତିଥିବା ଏକ ଜରିବସ୍ତା ଓ କିଆକଟା ଥାନା ବାରେଣୀ ଛକ ନିକଟରୁ କୁଣ୍ଢେଇଗୁଳା ଥାନା ଖଲିପଶି ଗ୍ରାମର ସେବକ ନାଏକ ଠାରୁ ୬ କିଲୋ ଗଞ୍ଜେଇ ଭର୍ତ୍ତି ଏକ ଜରିବସ୍ତାକୁ ଜବତ କରିଥିଲେ। ଉଭୟଙ୍କ ଠାରୁ ମୋଟ ୧୧ କିଲୋ ୨ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।