ଘଟଣା ଓ ଦୁର୍ଘଟଣା

ଅବକାରୀ ବିଭାଗର ଅତର୍କିତ ଚଢ଼ଉ: ବିପୁଳ ଦେଶୀ ରନ୍ଧା ମହୁଲି ମଦ ଜବତ, ଜଣେ ଗିରଫ

By Sanjeeb Biswal

December 05, 2022

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ୨ନଂ ଅବକାରୀ ଥାନା ପକ୍ଷରୁ ରବିବାର ବାଗଡିଆ ରଥସାହିରେ ଚଢ଼ଉ କରି ୩୦ ଲିଟର ଦେଶୀ ରନ୍ଧା ମହୁଲି ମଦ ଜବତ କରାଯାଇଛି। ଏଥିସହ ୨୩୦କିଗ୍ରା ପୋଚ ନଷ୍ଟ କରାଯାଇଛି।

ସୂଚନା ମୁତାବକ, ଅନୁଗୁଳ ଅବକାରୀ ନିରୀକ୍ଷକ କୌଶଲ୍ୟା ଜେନାଙ୍କ ନେତୃତ୍ୱରେ ଅବକାରୀ ବିଭାଗର କର୍ମଚାରୀ ମାନେ ଛେଣ୍ଡିପଦା ଥାନା ବଗଡିଆ ଗ୍ରାମ ରଥସାହିରେ ଚଢ଼ଉ କରି ରଞ୍ଜୁଲତା ବେହେରାଙ୍କ ଘରୁ ୩୦ଲିଟର ମଦ ସହିତ ୨୭୦ କିଗ୍ରା ପୋଚ ଜବତ କରିବା ସହିତ ରଞ୍ଜୁଙ୍କୁ ଗିରଫ କରିଥିଲେ। ଏ ନେଇ ୨ନଂ ଅବକାରୀ ଥାନାରେ ମାମଲା ରୁଜୁ କରାଯାଇ ରଞ୍ଜୁଙ୍କୁ କୋର୍ଟ ଚାଲାଣ କରାଯାଇଛି।