ଘଟଣା ଓ ଦୁର୍ଘଟଣା

ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ପକ୍ଷରୁ ଚଢ଼ଉ: ବିପୁଳ ଚୋରା ଦେଶୀ ମହୁଲି ମଦ ଜବତ, ୫ ଗିରଫ

By Angul TV Bureau

October 14, 2023

କିଶୋରନଗର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଓ ହଣ୍ଡପା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଠାକୁରଗଡ଼ ଥାନା ସଦାନଦପୁର ଗ୍ରାମର ମଞ୍ଜୁଲତା ନାୟକଙ୍କ ଘରୁ ୨୨ ଲିଟର, ଘଣାଯୋଡି ଗ୍ରାମର ଟୁନି ସାହୁଙ୍କ ଘରୁ ୧୦ ଲିଟର, ରାଜିଙ୍ଗ ଗ୍ରାମର ଚୁମକି ମିର୍ଧାଙ୍କ ଘରୁ ୧୫ ଲିଟର, ହଣ୍ଡପା ଥାନା ଦାଦରସାହି ଗ୍ରାମର ସୁଫଳା ପ୍ରଧାନଙ୍କ ଘରୁ ୧୫ ଲିଟର, କଦଳୀମୁଣ୍ଡାର ରାମ ଚନ୍ଦ୍ର ପ୍ରଧାନଙ୍କ ଘରୁ ୩୦ ଲିଟର ଚୋରା ଦେଶୀ ମହୁଲି ମଦ ଜବତ କରାଯାଇଛି। ଏଥିସହ ୫ ଜଣ ଙ୍କୁ ଗିରଫ କରାଯାଇ ଆଠମଲ୍ଲିକ କୋର୍ଟ ଚାଲାଣ କରାଯାଇଛି।

ଚଢ଼ଉ ବେଳେ ଆଠମଲ୍ଲିକ ଅବକାରୀ ଉପ ନିରୀକ୍ଷକ ଧରଣୀଧର ପ୍ରହରାଜ, ବଇଣ୍ଡା ଅବକାରୀ ଉପ ନିରୀକ୍ଷକ ରଞ୍ଜିତା ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।