ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର କିଶୋରନଗର ଓ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ଚୋରା ଦେଶୀ ମହୁଲି ମଦ ଜବତ କରାଯାଇଛି। ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଲେ ଠାକୁରଗଡ଼ ଥାନା ପେଡିପଥର ଅଞ୍ଚଳର ଯାମିନୀ ବେହେରା ଓ କିଶୋରନଗର ଥାନା ହତାନାଳୀ ଗ୍ରାମର ଗେଜେ ବେହେରା। ସେମାନଙ୍କ ଠାରୁ ୨୧ ଲିଟର ଚୋରା ଦେଶୀ ମଦ ଜବତ କରିଛି। ଏ ନେଇ ପୋଲିସ ଦୁଇଟି ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଆଠମଲ୍ଲିକ କୋର୍ଟକୁ ଚାଲାଣ କରାଯାଇଛି। ଚଢ଼ଉରେ ଆଠମଲ୍ଲିକ ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝୀଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।