ଅନ୍ୟାନ୍ୟ

ଅବକାରୀ ଚଢ଼ାଉ: ନକଲି ବିଦେଶୀ ମଦ ଜବତ

By Angul TV Bureau

September 12, 2022

ଅନୁଗୁଳ: ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନକଲି ବିଦେଶୀ ମଦ ଜବତ କରିଛି। ଏହାସହିତ ବହୁ ଦେଶୀ ଚୋରା ମଦ ମଧ୍ୟ ଜବତ କରାଯାଇଛି। ଏହି ଚୋରା ମଦ କାରବାରରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ରବିବାର ଅନୁଗୁଳ ସଦର, ବନ୍ତଳା, ପୁରୁଣାକୋଟ୍‌ ଓ ହଣ୍ଡପା ଥାନା ଅଞ୍ଚଳରେ ଅବକାରୀ ବିଭାଗର ବିଭିନ୍ନ ଟିମ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୫ ଲିଟର ନକଲି ବିଦେଶୀ ମଦ, ୧୦ ଲିଟର ଚୋରା ବିଦେଶୀ ମଦ ଓ ୮୮ ଲିଟର ଦେଶୀ ଚୋରା ମଦ ଜବତ କରିଥିଲା ଅବକାରୀ ବିଭାଗ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶରେ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାଏକଙ୍କ ତତ୍ତ୍ବାବଧାନରେ ଇନ୍ସପେକ୍ଟର କୌଶଲ୍ୟା ଜେନା, ଇନ୍ସପେକ୍ଟର ଅନୀତା ଓଝା, ଏଏସ୍‌ଆଇ ଶମ୍ଭୁ ପ୍ରସାଦ ନାଏକ, ବଲବୀର ଗଡ଼ନାୟକ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।