ଘଟଣା ଓ ଦୁର୍ଘଟଣା

ଅବକାରୀ ଚଢଉ: ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୬ ଗିରଫ

By Angul TV Bureau

May 17, 2023

ବଇଣ୍ଡା: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିନ ଆଠମଲ୍ଲିକ ଥାନା ଅଞ୍ଚଳରେ ଚଢାଉ କରାଯାଇ ଚୋରା ଦେଶୀ ମହୁଲି ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାହୋଇଛି। ଓଡ଼ସିଙ୍ଗା ଗ୍ରାମରେ ଚଢାଉ କରି କାଳିଆ ବେହେରାଙ୍କ ଘରୁ ୧୦ ଲିଟର, ଲଳିତା ବେହେରାଙ୍କ ଘରୁ ୩୫ ଲିଟର, ଶାନ୍ତିଲତା ରଣାଙ୍କ ଘରୁ ୨୨ ଲିଟର, ରାଜିଙ୍ଗ ଗ୍ରାମର ଚୁମିକି ମିର୍ଧାଙ୍କ ଘରୁ ୨୨ ଲିଟର, ବାବୁଲା ମୁଣ୍ଡାଙ୍କ ଘରୁ ୧୦ ଲିଟର, କନ୍ଧପାଲି ଗ୍ରାମର ସୁଧାଂଶୁ ପ୍ରଧାନଙ୍କ ଘରୁ ୨୨ ଲିଟର ଚୋରା ଦେଶୀ ମହୁଲି ମଦ ଜବତ ହୋଇଛି। ଏଥିସହ ୬ ଜଣଙ୍କୁ ଗିରଫ କରି ଆଠମଲ୍ଲିକ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି।