ଘଟଣା ଓ ଦୁର୍ଘଟଣା

ହଣ୍ଡପା ଅଞ୍ଚଳରେ ଅବକାରୀ ଚଢ଼ଉ: ବିପୁଳ ଦେଶୀ ମହୁଲି ମଦ ଜବତ, ୨ ଗିରଫ

By Angul TV Bureau

October 04, 2023

ଅନୁଗୁଳ: ସ୍ଥାନୀୟ ଆଠ ମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ହଣ୍ଡପା ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ କରାଯିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି I

ସୂଚନା ମୁତାବକ, ଧଉରା ଗୋଠଗ୍ରାମର ଖଗେଶ୍ବର ମାଝୀଙ୍କ ଠାରୁ ୨୫ ଲିଟର, ସେହି ଗ୍ରାମର ଶତ୍ରୁଘ୍ନ ପଧାନଙ୍କ ପାଖରୁ ୩୦ଲିଟର ଦେଶୀ ମହୁଲି ଜବତ କରିବା ସହ ୧୦୦ କେଜି ମହୁଲ ପୋଚ ନଷ୍ଟ କରି ଦିଆଯାଇଛି। ଅଭିଯୁକ୍ତଙ୍କୁ ବେଆଇନ ଗ୍ରାମରେ ମଦ କାରବାର କରୁଥିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଠମଲ୍ଲିକ ଅବକାରୀ ଅଧିକାରୀ ଧରଣୀଧର ପ୍ରହରାଜ ସୂଚନା ଦେଇଛନ୍ତି। ଚଢ଼ଉରେ ଧରଣୀଧର ପ୍ରହରାଜଙ୍କ ସହ ରଞ୍ଜିତା ହରିଚନ୍ଦନ, ମାନସ ରଞ୍ଜନ ପ୍ରଧାନ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ।