ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଓ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଆଜି କିଶୋର ନଗର ଥାନା ଏବଂ ହଣ୍ଡପା ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି।
ସୂଚନା ମୁତାବକ, ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗ୍ରାମର ଗଣେଶ ପ୍ରଧାନଙ୍କ ଠାରୁ ୨୦ ଲିଟର ଦେଶୀ ମହୁଲି ମଦ, ୧୦୦ କେଜି ପୋଚ ନଷ୍ଟ କରାଯାଇଛି। କଣ୍ଟେଇକୁଳିଆ ଗ୍ରାମର ସୁରେନ୍ଦ୍ର ମହାକୁଡ଼ଙ୍କ ଠାରୁ ୩୦ ଲିଟର, ଶ୍ରୀକର ବେହେରାଙ୍କ ଠାରୁ ୨୨ଲିଟର ଏବଂ ୩୦୦ କେଜି ପୋଚ ନଷ୍ଟ କରାଯାଇଛି। ଏଥି ସହିତ କିଶୋର ନଗର ଥାନା ଅଞ୍ଚଳର ଫୁଲଝରି ଗ୍ରାମର ଦୁଃଖୀ ମିର୍ଧାଙ୍କ ଠାରୁ ୨୦ ଲିଟର ଦେଶୀ ମହୁଲି ମଦ, ୨୦୦ କେଜି ପୁଚ ନଷ୍ଟ କରାଯାଇଛି। ବନମାଳୀ ମିର୍ଧାଙ୍କ ଠାରୁ ୩୦ ଲିଟର ଦେଶୀ ମହୁଲି ମଦ ଏବଂ ପୋଚ ୨୦୦ କେଜି ନଷ୍ଟ କରାଯିବା ସହିତ ବେଆଇନ ଭାବେ ଗ୍ରାମରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଏହି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଠମଲ୍ଲିକ ଅବକାରୀ ଅଧିକାରୀ ଧରଣୀଧର ପ୍ରହରାଜ, ଏବଂ ବଇଣ୍ଡା ଅଧିକାରିଣୀ ରଞ୍ଜିତା ହରିଚନ୍ଦନ ସୂଚନା ଦେଇଛନ୍ତି।