ମୁଖ୍ୟ ଖବର

ଅବକାରୀ ଅଧୀକ୍ଷକ ନିନା ବେଉରା, ଆଗରୁ ଅନୁଗୁଳରେ ବି କରୁଥିଲେ କଳା କାରବାର

By Angul TV Bureau

May 14, 2022

ଭୁବନେଶ୍ୱର / ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା। ରାୟଗଡାରୁ ଭୁବନେଶ୍ୱର ଆସିବା ସମୟରେ ତାଙ୍କୁ ଗିରଫ କରାଯାଇଛି। ନିନାଙ୍କ ଠାରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ଟଙ୍କା ସମ୍ପର୍କରେ ନିନା ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ରାତି ପାଖାପାଖି ୧୧ଟା ୩୦ରେ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ନିକଟରେ ନିନାଙ୍କୁ ଧରିଥିଲା ଭିଜିଲାନ୍ସ । ନିନାଙ୍କୁ କବ୍ଜାକୁ ନେବା ପରେ ତାଙ୍କର ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢଉ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ନିନା ଅନୁଗୁଳରେ ବି ଅବକାରୀ ବିଭାଗରେ କାର୍ଯ୍ୟରତ ଥିଲେ। ଏଠାରେ ବି ସେ ଟଙ୍କା କାରବାର କରୁଥିବା ନେଇ ଅନେକ ଥର ଅଭିଯୋଗ ହୋଇଥିଲା। କିନ୍ତୁ ସବୁ ଥର ସେ ଖସିଯାଉଥିଲେ।

ଅନ୍ୟପଟେ ନିନା ଗିରଫ ହେବା ପରେ ତାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ କ୍ୱାର୍ଟର୍ସକୁ ଭିଜିଲାନ୍ସ ଚଢାଉ କରିବାକୁ ଯାଇଥିବା ବେଳେ ସେ ସହଯୋଗ କରିନଥିବା ଜଣାଯାଇଛି। ଭିଜିଲାନ୍ସ ଟିମ୍ ତାଙ୍କ ମାହଙ୍ଗାସ୍ଥିତ କ୍ୱାର୍ଟରରେ ପହଞ୍ଚିବା ପରେ ଏହା ତାଲା ପଡ଼ିଥିଲା। ଭିଜିଲାନ୍ସ ଟିମ୍ ତାଙ୍କ କ୍ୱାର୍ଟରରେ ଚଢ଼ଉ କରିବାକୁ ଆସୁଥିବାର ସୂଚନା ପାଇ ନିହାର ତାଲା ପକାଇ ଏବଂ ମୋବାଇଲ୍ ସୁଇଚ୍ ଅଫ୍ କରି କୁଆଡ଼େ ଚାଲିଯାଇଛନ୍ତି। ତାଙ୍କୁ ବି ତୁରନ୍ତ ଭିଜିଲାନ୍ସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।