oplus_6291488

ମୁଖ୍ୟ ଖବର

ଅନୁଗୋଳରେ ଖୋଲିଲା ‘କିଲର’ ବ୍ରାଣ୍ଡ୍‌ର ଏକ୍ସକ୍ଲୁସିଭ୍‌ ସୋ’ରୁମ୍‌

By Angul TV Bureau

October 14, 2026

ଅନୁଗୋଳ: ପାର୍ବଣ ଋତୁରେ ଫ୍ୟାଶନ୍‌ପ୍ରେମୀ ଗ୍ରାହକଙ୍କ ପାଇଁ ଅନୁଗୋଳ ସହରରେ ଖୋଲିଛି ପ୍ରସିଦ୍ଧ ପୋଷାକ ବ୍ରାଣ୍ଡ୍‌ ‘କିଲର’ର ଏକ୍ସକ୍ଲୁସିଭ୍‌ ସୋ’ରୁମ୍‌। ସହରର ଶଙ୍କର ସିନେମା ରୋଡ୍‌ରେ ବୁଧବାର ଏହି ସୋ’ରୁମ୍‌କୁ ଅନ୍ନପୂର୍ଣ୍ଣା ଦେବୀ ଫିତା କାଟି ଉଦ୍‌ଘାଟନ କରିଥିଲେ।

ଏହି ନୂତନ ସୋ’ରୁମ୍‌ ଖୋଲିବା ଦ୍ୱାରା ଅନୁଗୋଳର ଗ୍ରାହକମାନେ ଏଣିକି ଗୋଟିଏ ସ୍ଥାନରେ ‘କିଲର’ ବ୍ରାଣ୍ଡ୍‌ର ବିଭିନ୍ନ ପ୍ରକାର ପୁରୁଷ ପୋଷାକ କିଣିବାର ସୁଯୋଗ ପାଇବେ। ଏଠାରେ ବିଭିନ୍ନ ଡିଜାଇନ୍‌ର ପ୍ୟାଣ୍ଟ, ସାର୍ଟ ସମେତ ଅନ୍ୟାନ୍ୟ ପୋଷାକ ଉପଲବ୍ଧ ରହିଛି। ଗ୍ରାହକଙ୍କ ରୁଚି ଓ ବଜେଟ୍‌କୁ ଧ୍ୟାନରେ ରଖି ବିଭିନ୍ନ ବର୍ଗର ପୋଷାକ ଉପଯୁକ୍ତ ମୂଲ୍ୟରେ ଉପଲବ୍ଧ କରାଯାଉଥିବା ଜଣାପଡ଼ିଛି।

ବିଶେଷକରି ଆଗାମୀ ପାର୍ବଣ ଅବସରରେ ନୂଆ ଡିଜାଇନ୍‌ର ପୋଷାକ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହି ସୋ’ରୁମ୍‌ ଏକ ନୂତନ ବିକଳ୍ପ ହୋଇପାରିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋ’ରୁମ୍‌ର ମାଲିକ ଅମିତ କୁମାରଙ୍କ ସମେତ ତାଙ୍କ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।