ଅନୁଗୁଳ: ସାତକୋଶିଆରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି ଗଣନାରୁ ଡିଭିଜନରେ ୬୩ ପ୍ରକାରର ମୋଟ ୩୮୭୮ଟି ପକ୍ଷୀ ଥିବା ଜଣା ପଡ଼ିଛି। ଏହା ଭିତରେ ୭୭୯ଟି ପାଣି କୁଆ, ୭୦୬ଟି ହୁଇସଲିଙ୍ଗ ବତକ, ୨୨୨ଟି ହଂସ,୧୯୨ ସ୍କିମର ଓ ୫୧ଟି କଳା ପେଟିଆ ଟରନ୍ ଚଢେଇ ରହିଛି। ଏହା ଛଡା ପ୍ରଥମ ଥର ପାଇଁ କିଛି ବିଦେଶୀପକ୍ଷୀ ଠାବ କରାଯାଇଛି। ମାଛ ଖାଉଥିବା ଓ ବତକ ଭଳି ଦିଶୁଥିବା ଏହି ପକ୍ଷୀ ମର୍ଗନସ ବୋଲି କୁହାଯାଇଛି। ଏମାନେ ମଙ୍ଗୋଲିଆ ଓ ରଷିଆରୁ ଆସିଥାଇପାରନ୍ତି ବୋଲି ଗଣନାକାରୀ ମାନେ ପ୍ରକାଶ କରିଛନ୍ତି।
ଏମାନଙ୍କ ମୁଣ୍ଡଟି ଚିକ୍କଣ ସବୁଜ ରଙ୍ଗର ହୋଇଥିବା ବେଳେ ଦେହର ଅବଶିଷ୍ଟାଂଶ ହାଲୁକା ମାଟିଆ ରଙ୍ଗର। ସାତକୋଶିଆକୁ ବିଦେଶୀ ପକ୍ଷୀ ଆସିଥିବାରୁ ଏହା ଏକ ଶୁଭ ସଂକେତ ଓ ଆଗାମୀ ଦିନରେ ଅଧିକ ପକ୍ଷୀ ଏ ଅଞ୍ଚଳକୁ ଆସିବେ ବୋଲି ପରିବେଶବିତ ମାନେ ଆଶା ପ୍ରକାଶ କରିଛନ୍ତି।