ଘଟଣା ଓ ଦୁର୍ଘଟଣା

ମହଙ୍ଗା ପଡ଼ିଲା ନଦୀରେ ଡିନାମାଇଟ ଫଟାଇ ମାଛ ମାରିବା, ହାତରେ ହେଲା ବିସ୍ଫୋରଣ

By Biswaranjan Pattnaik

August 06, 2022

ଅନୁଗୁଳ: ନଦୀରେ ଡିନାମାଇଟ୍ ଫଟାଇ ମାଛ ମାରିବା ପଡ଼ିଲା ମହଙ୍ଗା। ବିସ୍ଫୋରଣରେ ଡିନାମାଇଟ୍ ପକାଇଥିବା ବ୍ୟକ୍ତି ଗୁରୁତର। ଆଜି ତାଳଚେରର ପାଇକ ସାହିରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ସ୍ଥାନୀୟ ପାଇକ ସାହିର ଗଣେଶ୍ୱର ଥମ୍ବ ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇ ଡ଼ିନାମାଇଟ ପକେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଡିନାମାଇଟ ତାଙ୍କ ହାତରେ ହିଁ ଫାଟିଯାଇଥିଲା। ଫଳରେ ଗଣେଶ୍ୱର ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ତାଳଚେର ସ୍ଥିତ ମଣ୍ଡପାଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଏବେ ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି।