ମୁଖ୍ୟ ଖବର

ନିର୍ବାଚନ ପାଇଁ ଜିଲ୍ଲା ପୋଲିସର ବ୍ୟାପକ ବ୍ୟବସ୍ଥା: ଟ୍ରାଫିକ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

By Angul TV Bureau

April 17, 2024

ଅନୁଗୁଳ: ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୁଳ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିସହ ଅନୁଗୁଳର ଟ୍ରାଫିକ ସମସ୍ୟାର ସମାଧାନ, ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରାଫିକ ନିୟନ୍ତ୍ରଣ, ବେଆଇନ ମାଦକ ଦ୍ରବ୍ୟ ରୋକିବା, ବେଆଇନ ମାରଣାସ୍ତ୍ର ଜବତ କରିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଛି ବୋଲି ମଙ୍ଗବାର ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସପି ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି।

ଅନୁଗୁଳ ଜିଲ୍ଲାରେ ଟ୍ରାଫିକ ସମସ୍ୟାକୁ ନେଇ ଅନୁଗୁଳ ପୋଲିସ ବିଭିନ୍ନ ସାମାଜିକ ସଂସ୍ଥା, ଦୋକାନ ମାଲିକ, ପୂଜା କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଛନ୍ତି।ଆଲୋଚନା ପରେ ଟ୍ରାଫିକ ସମସ୍ୟା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ବିଭାଗକୁ ନିୟନ୍ତ୍ରଣ ପାଇଁ ଦାୟିତ୍ୱ ଦିଆଯାଇଛି।

ଏସପି କହିଛନ୍ତି, ନିଶା କାରବାର, ବେଆଇନ ମାରଣାସ୍ତ୍ର, ମଦ କାରବାର ରୋକି ପାଇଁ ସ୍ପେସିଆଲ ଟାକ୍ସ ଫୋର୍ସର ବ୍ୟବସ୍ଥା ହୋଇଛି। ଏହି ଫୋର୍ସ ଏକ ବେଆଇନ ବନ୍ଧୁକ ଜବତ କରିଛି। ତେବେ ନିର୍ବାଚନ ସମୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହେବେ ବୋଲି ଡିଆଇଜି ସୂଚନା ଦେଇଛନ୍ତି।