ଅନ୍ୟାନ୍ୟ

ଜେଏସପି ପକ୍ଷରୁ ଟ୍ରକ୍ ଡାଇଭରଙ୍କ ପାଇଁ ମେଗା ଚକ୍ଷୁ ପରୀକ୍ଷା ଶିବିର

By Swagatika Samantray

January 08, 2025

ଅନୁଗୁଳ : ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସହଭାଗିତାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି) ପକ୍ଷରୁ ଏକ ମେଗା ଚକ୍ଷୁ ପରୀକ୍ଷା ଏବଂ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦୁନିଆ ଶିବିରକୁ ଅନୁଗୁଳ ଜିଲ୍ଲାର ସଡ଼କ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ ଉଦଘାଟନ କରିଥିଲେ । ଏଥିରେ ଜେଏସପିର ଲଜିଷ୍ଟିକ୍ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହି ଶିବିରରେ ପ୍ରାୟ ୫୦୦ରୁ ଅଧିକ ଟ୍ରାଇଭରଙ୍କ ଆଖି ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁସାରେ ଚଷମା ପ୍ରଦାନ କରାଯାଇଥିଲା । ସେହିପରି ଜରୁରୀକାଳିନ ସମୟରେ ଜୀବନ ରକ୍ଷା ପାଇଁ ପ୍ରତିକ୍ରିୟାଶୀଳ ହେବା ସହ ସ୍ଥିତିର ମୁକାବିଲା ପାଇଁ ଡ୍ରାଇଭରମାନଙ୍କୁ ପ୍ରାଥମିକ ଚିକିତ୍ସାର ତାଲିମ ପ୍ରଦାନ କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ଜେଏସପିର କର୍ପୋରେଟ ସାମଜିକ ଦାୟିତ୍ୱ ବିଭାଗ (ଜେଏସପି ଫାଊଣ୍ଡେସନ) ପକ୍ଷରୁ ଏହାର “ଦୃଷ୍ଟି” କାର୍ଯ୍ୟକ୍ରମ ମାଧ୍ୟମରେ ୧୨ ହଜାର ୨୮ ଜଣ ଟ୍ରକ୍ ଡାଇଭରଙ୍କ ଆଖି ପରୀକ୍ଷା କରିବା ସହ ଦୃଷ୍ଟିଶକ୍ତିରେ ସୁଧାର ଆଣିବା ପାଇଁ ଉଦ୍ୟମ ହୋଇସାରିଛି । ଯେଉଁଥିରେ ଅନୁଗୁଳର ୪ ହଜାର ୯୮୭ ଟ୍ରକ୍ ଡାଇଭର ଅର୍ନ୍ତଭୁକ୍ତ ।