ମୁଖ୍ୟ ଖବର

ଅନୁଗୁଳ ସବ ରେଜିଷ୍ଟରଙ୍କ ଅଫିସରେ ନକଲି ଓକିଲ, ଜଣେ ଯୁବକ ଅଟକ

By Angul TV Bureau

August 03, 2024

ଅନୁଗୁଳ: ଆଜି ଅନୁଗୁଳ ସବ ରେଜିଷ୍ଟରଙ୍କ ଅଫିସରୁ ଜଣେ ନକଲି ଓକିଲଙ୍କୁ ଧରି ପୋଲିସ ଜିମା ଦିଆଯାଇଛି। ନକଲି ଓକିଲ ହେଲେ ପତିତପାବନ ବେହେରା।

ସୂଚନା ମୁତାବକ, ପୁରୁଣା କୋର୍ଟ ଅଞ୍ଚଳର ପତିତପାବନ ବେହେରା ନିଜକୁ ଓକିଲର ପରିଚୟ ଦେଇ ଚାରୋଟି କବଲା ଧରି ଅନୁଗୁଳ ସବ ରେଜିଷ୍ଟରଙ୍କ ପାଖରେ ଆଇଡେଣ୍ଟିଫାଏ କରୁଥିଲା। ସବରେଜିଷ୍ଟରଙ୍କର ସନ୍ଦେହ ହେବାରୁ ସେ ଅନୁଗୁଳ ଓକିଲ ସଂଘର ସଭାପତିଙ୍କୁ ଏ ନେଇ ପଚାରିଥିଲେ। କିନ୍ତୁ ପତିତପାବନ ଓକିଲ ନୁହନ୍ତି ବୋଲି ସଭାପତିଙ୍କୁ ଜଣାଇଥିଲେ। ସବ ରେଜିଷ୍ଟର ଏ ସମ୍ପର୍କରେ ଅନୁଗୁଳ ଥାନାକୁ ଖବର ଦେବା ପରେ ପୋଲିସ ପତିତପାବନକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାଯାଇଛି।