ମୁଖ୍ୟ ଖବର

ନକଲି ମଦ କାରଖାନା ଠାବ: ୨ ଅଟକ

By Angul TV Bureau

September 26, 2025

ଅନୁଗୁଳ: ଜିଲ୍ଲାରେ ନକଲି ମଦ ବ୍ୟବସାୟ ଉପରେ ପୋଲିସର ଚଢ଼ାଉ ବେଳେ ଏକ ଗୁପ୍ତ କାରଖାନା ଠାବ ହୋଇଛି। ଅନୁଗୁଳ ଟାଉନ୍‍ ଥାନା ପୋଲିସ ଶିକ୍ଷକପଡ଼ା ସାଇଁ ମନ୍ଦିର ନିକଟରେ ଏହି କାରଖାନାରେ  ଚଢ଼ାଉ କରି ୨ ଜଣଙ୍କୁ ଧରିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କାରଖାନାରୁ ନକଲି ମଦ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ, ଠିପି, ଷ୍ଟିକର ସମେତ ପ୍ରାୟ ୫୦୦ ଲିଟର ସ୍ପିରିଟ ଜବତ କରାଯାଇଛି। ଧରା ପଡ଼ିଥିବା  ଅଭିଯୁକ୍ତ ମାନେ ହେଲେ ସୁନିଲ କୁମାର ଓ ରମେଶ ସାହୁ। ଏମାନଙ୍କୁ ଅଧିକ ପଚରାଉଚରା ପାଇଁ ପୋଲିସ ଅଟକ ରଖିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।