ମୁଖ୍ୟ ଖବର

ଅନୁଗୁଳ ମେଡ଼ିକାଲରେ ନକଲି ସାମ୍ବାଦିକ କାନ ଧରିଲେ

By Biswaranjan Pattnaik

September 29, 2024

ଅନୁଗୁଳ: ରବିବାର ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ଜଣେ ମାତାଲ୍ ଯୁବକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଅନୁଗୁଳ କାଜୁଆଲିଟି ଭିତରେ ପଶି ଚାରିପଟର ଫଟୋ ଉଠାଇଥିଲେ। ସିକ୍ୟୁରିଟି ଗାର୍ଡ ସାଲ୍ୟୁଟ ମାରି ତାଙ୍କୁ ଭିତରକୁ ଛାଡି ଦେଇଥିଲା। ଆଶୁ ଚିକିତ୍ସା କେନ୍ଦ୍ର ଭିତରେ ଥିବା କର୍ମଚାରୀ ମାନେ କାହିଁକି ମୋବାଇଲରେ ଫଟୋ ଉଠାଉଛ ବୋଲି ପଚାରିବାରୁ ସେ ଧମକ ଦେଇ କହିଥିଲା – ମୋତେ ଚିହ୍ନିନ? ମୁଁ ପ୍ରେସ ବାଲା,ତୋ ଚାକିରି ଘଣ୍ଟାକେ ଖାଇଦେବି।

ଏହିଭଳି ମେଡ଼ିକାଲ ଭିତରେ ଉତ୍ପାତ କରୁଥିବା ବେଳେ ଜଣେ ୱେବ୍ ମିଡ଼ିଆ ସାମ୍ବାଦିକ ଯୁବକ ଜଣକୁ ଧରି ସ୍ଥାନୀୟ ଫାଣ୍ଡିରେ ଦେଇଥିଲେ।ଫାଣ୍ଡିରେ ପୋଲିସକୁ ଦେଖି ଯୁବକ ଜଣକର ଦେହରୁ ଝାଳ ବାହାରିଥିଲା। ଶେଷରେ ସେ କାନ ଧରି ଭୁଲ ମାଗିବା ସହ ଆଉ ଡାକ୍ତରଖାନା ପାଖ ମାଡ଼ିବି ନାହିଁ ବୋଲିଁ କହି ପଳାଇଥିଲା।ସୁରକ୍ଷା ବ୍ୟବସ୍ଥାରେ ଢିଲା ଯୋଗୁଁ ମାତାଲ ଯୁବକ ଜଣକ ଏଭଳି କାଣ୍ଡ ଭିଆଇବାକୁ ସକ୍ଷମ ହୋଇପାରିଥିଲା ବୋଲି ଅଭିଯୋଗ ହେଉଛି।