ମୁଖ୍ୟ ଖବର

ଚାକିରି ବାହାନାରେ ଠକେଇ, ନକଲି ଟିଭି ଚ୍ୟାନେଲ୍ ନିର୍ଦ୍ଦେଶକ ଗିରଫ

By Angul TV Bureau

March 18, 2021

ଭୁବନେଶ୍ୱର: ଚାକିରି ଦେବା ବାହାନାରେ ଜଣେ ଯୁବକଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ମଙ୍ଗଳବାର ଏୟାରପୋର୍ଟ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଅନୁଗୁଳ ଜିଲ୍ଲା ମାଟିଆସାହି ଅଞ୍ଚଳର ବଳଭଦ୍ର ପ୍ରସାଦ ମିଶ୍ର(୩୮)। ବଳଭଦ୍ର ନିଜକୁ ବୁମ୍‌ବର୍ଗ ଟେଲିଭିଜନ୍‌ର ନିର୍ଦ୍ଦେଶକ ବୋଲି ପରିଚୟ ଦେଇ ଏହି ଠକାମି କରିଥିଲା। ଅଜିତ ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ ବଳଭଦ୍ର ତାଙ୍କୁ ଉକ୍ତ ଟେଲିଭିଜନ୍‌ କମ୍ପାନିରେ ଚାକିରି କରାଇଦେବା ବୋଲି ପ୍ରତିଶ୍ରୁତି ଦେଇଥିଲା। ତେଣୁ ବିଭିନ୍ନ ଫି ବାବଦକୁ ସେ ୧ ଲକ୍ଷ ୩୦ ହଜାର ଟଙ୍କା ମାଗିଥିଲା । ବିଶ୍ଵାସ କରି ଅଜିତ ସମସ୍ତ ଟଙ୍କା ପଇଠ କରିଥିଲେ। କିନ୍ତୁ ଟଙ୍କା ପାଇବା ପରେ ବଳଭଦ୍ର ଆଉ ତାଙ୍କୁ ଧରାଛୁଆଁ ଦେଇନଥିଲା।