ଅନୁଗୁଳ: ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଜଣେ ନକଲି ୱାର୍ଡର ଅନୁଗୁଳ ମେଡିକାଲରୁ ଧରପଡିଛି। ସନ୍ଧ୍ୟା ସମୟରେ ଏହି ନକଲି ୱାର୍ଡର ଜଣକ ମେଡିକାଲର ସର୍ଜରି ୱାର୍ଡ ଭିତରକୁ ଯିବାକୁ ଚାହିଁ ଥିଲା। ସିକ୍ୟୁରୀଟି ଗାର୍ଡ ଓ ସୁପରଭାଇଜର ଅଟକାଇବାରୁ ସେମାନଙ୍କ ସହ ପାଟିତୁଣ୍ଡ କରିବା ସହ ଡାକ୍ତରଙ୍କ ସହ ମଧ୍ୟ ଯୁକ୍ତିତର୍କ କରିଥିଲା। ଶେଷରେ ଗାର୍ଡ ମାନେ ତାକୁ ଧରି ମେଡିକାଲ ଫାଣ୍ଡିକୁ ଆଣିଥିଲେ। ପ୍ରାଥମିକ ତଦନ୍ତରୁ ତା ନା ଗୋବିନ୍ଦ ରାଉତ, ଘର ବଣିଆବାହାଳ ବୋଲି ଜଣାପଡିଛି। ଜଣେ ୱାର୍ଡର ସହ ତାର ସମ୍ପର୍କ ଥିବାରୁ ତାଙ୍କ ବର୍ଦ୍ଦି ଚୋରି କରି ଆଣିଥାଇପରେ ବୋଲି ଅନୁମାନ କରାଯାଉଛି । ଅଧିକ ତଦନ୍ତ ହେଲେ କେଉଁ ଉଦ୍ଦେଶ୍ୟ ନେଇ ସେ ମେଡିକାଲ ଭିତରକୁ ଆସିବାକୁ ଚାହୁଁଥିଲା ତାହା ଜଣାପଡିବ। ଏହି ଘଟଣା ପରେ ରୋଗୀ ମାନେ ଆତଙ୍କିତ ହୋଇ ପଡ଼ିଥିଲେ।