ମୁଖ୍ୟ ଖବର

ବନପାଳଙ୍କୁ ସରପଞ୍ଚଙ୍କ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ

By Angul TV Bureau

November 03, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ୍ ନୂଆଖେତା ସେକ୍ସନରେ କାର୍ଯ୍ୟ କରୁଥିବା ଜଣେ ବନପାଳଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ନୂଆଖେତା ସେକ୍ସନର ପ୍ରଦୀପ କୁମାର ପ୍ରଧାନ ଗତକାଲି ରାତି ସାଢେ ୧୨ ଟା ବେଳେ ନୁଖୁରିପଦା ଠାରେ ଡ୍ୟୁଟି କରୁଥିବା ବେଳେ ତାଙ୍କୁ ଗଡତରାସ ପଞ୍ଚାୟତର ସରପଞ୍ଚ ଆକ୍ରମଣ କରିଥିଲେ। ଅନ୍ୟ କର୍ମଚାରୀମାନେ ବନପାଳଙ୍କୁ ବନ୍ତଳା ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଏନେଇ ବନପାଳ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗଡ଼ତରାସ ସରପଞ୍ଚଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ତାଙ୍କ ଫୋନ ସୁଇଚ ଅଫ ଥିଲା।

ଏ ଘଟଣା ବିଷୟରେ ବନ୍ତଳା ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଅଭିଯୋଗ ପାଇଛୁ ଓ ଯଥା ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।