ମୁଖ୍ୟ ଖବର

ଆଦର୍ଶ ଇଞ୍ଜିନିୟରିଂ କଲେଜ ବିରୋଧରେ ମିଛ ପ୍ରଚାର: ସମସ୍ତ ଅଭିଯୋଗ ଖଣ୍ଡନ କଲେ ଅଧକ୍ଷ

By Angul TV Bureau

July 31, 2026

ଅନୁଗୋଳ: ଗତ କିଛି ଦିନ ଧରି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ଆଦର୍ଶ ଇଞ୍ଜିନିୟରିଂ କଲେଜ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜ ଅଧ୍ୟକ୍ଷ ଡ. ଅଶୋକ କୁମାର ସିଂ। ଅନୁଷ୍ଠାନର ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ଯୋଜନାବଦ୍ଧ ଭାବେ ମିଛ ପ୍ରଚାର କରାଯାଉଛି ବୋଲି ସେ ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି।

ଅଧ୍ୟକ୍ଷଙ୍କ କହିବା ଅନୁସାରେ, ଗତ ୨୭ ତାରିଖ ଦିନ ରାହୁଲ ରାଉତ ନାମକ ଛାତ୍ର ମେକାନିକାଲ ଡିପ୍ଲୋମାରେ ଆଡମିଶନ ପାଇଁ କଲେଜକୁ ଆସିଥିଲେ। ନାମଲେଖା ପାଇଁ ତାଙ୍କୁ ସାମ୍ସ ଆଲର୍ଟମେଣ୍ଟ କପି ମାଗିଥିଲେ।

ମାତ୍ର ତାଙ୍କ ନିକଟରେ ସାମ୍ସ (SAMS) ଆଲର୍ଟମେଣ୍ଟ କପି ନଥିଲା। ସେହିପରି କଲେଜକୁ ପସନ୍ଦ ଦେବା ପାଇଁ ଆବଶ୍ୟକ ୩୦୦ ଟଙ୍କା ଶୁଲ୍କ ମଧ୍ୟ ସେ ଜମା କରିନଥିଲେ। ଯାହାଫଳରେ ସେଇଟା ଅନ୍-ପେଡ୍ ଦେଖାଉଥିଲା। ତାହାର ଅର୍ଥ ସେ ପିଲାର ଆଲର୍ଟମେଣ୍ଟ ଆମ କଲେଜକୁ ଆସିନାହିଁ। ଏହି କାରଣରୁ ନିୟମ ଅନୁସାରେ ତାଙ୍କ ନାମଲେଖା ସମ୍ଭବ ନୁହେଁ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଥିଲେ। ଏହା ପରେ ଛାତ୍ର ଜଣକ ଡାଇରେକ୍ଟରଙ୍କ କକ୍ଷକୁ ଯାଇ ସମାନ ପ୍ରଶ୍ନ ବାରମ୍ବାର ପଚାରିଥିଲେ। ଡାଇରେକ୍ଟର ତାଙ୍କୁ ବୁଝାଇବା ପରେ ଏବଂ ତାଙ୍କ ଦସ୍ତାବିଜ ଯାଞ୍ଚ କରିବା ପରେ ମଧ୍ୟ ନିୟମ ଅନୁସାରେ ଆଡମିଶନ ସମ୍ଭବ ନୁହେଁ ବୋଲି କହିଥିଲେ। ଶେଷରେ ଛାତ୍ର ଜଣକ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିବାରୁ ତାଙ୍କୁ କକ୍ଷ ବାହାରକୁ ଯିବାକୁ କୁହାଯାଇଥିଲା। ଡ. ସିଂଙ୍କ ଅଭିଯୋଗ କରିଛନ୍ତି ଯେ, କଲେଜ ଡାଇରେକ୍ଟରଙ୍କ ସହ କଥାବାର୍ତ୍ତା ସମୟରେ କିଛି କଥାବାର୍ତ୍ତାକୁ ଗୁପ୍ତରେ ରେକର୍ଡ କରି ତାହାକୁ ଏଆଇ ଆଡ୍ କରି ଖରାପ ଭାବରେ ଅନ୍ୟାନ୍ୟ ତଥ୍ୟ ଯୋଡି ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଛି। ଅନୁଷ୍ଠାନକୁ ବଦନାମ କରିବାର ଷଡଯନ୍ତ୍ର କରାଯାଇଛି। କିଛି କୁଚକ୍ରୀ ଗୋଷ୍ଠୀଙ୍କ ପ୍ରରୋଚନାରେ ସେ ଏଭଳି ମିଛ ପ୍ରଚାର କରୁଛନ୍ତି। ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ଆଦର୍ଶ ଇଞ୍ଜିନିୟରିଂ କଲେଜ ସର୍ବଦା ସରକାରୀ ନିୟମାବଳୀ ଅନୁସାରେ ଆଡମିଶନ ପ୍ରକ୍ରିୟା ପରିଚାଳନା କରୁଛି ଏବଂ ଅନୁଷ୍ଠାନର ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ ହେଉଥିବା ଏଭଳି ପ୍ରଚାରରେ କୌଣସି ସତ୍ୟତା ନାହିଁ। ସବୁବେଳେ ଦୁଇ ପକ୍ଷର ତଥ୍ୟ ନେଇ ଏଭଳି ପ୍ରଚାର କରିବା କଥା। କିନ୍ତୁ ସେମାନେ ଆମକୁ କିଛି ପଚାରି ନାହାନ୍ତି। ବାଧ୍ୟହୋଇ ଆମେ ସେମାନଙ୍କ ନାମରେ ଏତଲା ଦେଇଛୁ ଏବଂ କିଛି ଜଣଙ୍କ ନାମରେ ମାନହାନି ମାମଲା ବି କରିବୁ’।