ମୁଖ୍ୟ ଖବର

ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସାହାଯ୍ୟ, ୨ ଲକ୍ଷ ଟଙ୍କାର ସହାୟତା ଦେଲେ ରାଜ୍ୟ ସରକାର

By Angul TV Bureau

May 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ନିକଟସ୍ଥ ଧୋକୁଟା ହାଟ ପଡ଼ିଆ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ବ୍ଲକ ତରଫରୁ ଏକ ସାଧାରଣ ସଭା ଆୟୋଜିତ ହୋଇଛି। ସଭାରେ ଡ୍ରାଇଭର ମହାସଂଘର ବ୍ଲକ ସଭାପତି ରବୀନ୍ଦ୍ର କୁମାର ସାହୁ, ବ୍ଲକ ସମ୍ପାଦକ ଲଳିତ ପ୍ରଧାନ, ବ୍ଲକ କୋଷାଧ୍ୟକ୍ଷ ରୋହିତ ବେହେରାଙ୍କ ଉପସ୍ଥିତିରେ ସାଧାରଣ ମୃତ୍ୟୁ ପାଇଁ ସରକାର ଦୁଇ ଲକ୍ଷ ଓ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଚାରି ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି ବୋଲି ସୂଚନା ଦିଆଯାଇଛି।

ଏହି ସୁବିଧା ଖିଣ୍ଡା ପଞ୍ଚାୟତର ବ୍ରଜବନ୍ଧୁ ବେହେରା, ଧୋକୁଟା ପଞ୍ଚାୟତର ବୁଦ୍ଧଦେବ ଜେନା, ବଡ଼କେରା ପଞ୍ଚାୟତର ଅକ୍ଷୟ ବେହେରା, ମାଟିଆସାହି ପଞ୍ଚାୟତର ସୁରେନ୍ଦ୍ର ବେହେରା ଓ ମାଣିକ ଯୋଡ଼ି ପଞ୍ଚାୟତର ବରୁଣ ପ୍ରଧାନଙ୍କ ପରିବାରକୁ ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ମଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ପାଣ୍ଠି ବିଭାଗ ତରଫରୁ ସମସ୍ତ ମୃତ ଡ୍ରାଇଭରଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏ ଅବସରରେ ଓଡ଼ିଶା ଡ୍ରାଇଭର ମହାସଂଘ ଏବଂ ମୃତକଙ୍କ ପରିବାର ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି।