ଅନ୍ୟାନ୍ୟ

ଗୁରୁକୁଳ କ୍ଲାସେସରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବ ପାଳିତ

By Angul TV Bureau

February 04, 2026

ଅନୁଗୁଳ: ସ୍ଥାନୀୟ ଅମଲାପଡା ୫ମ ଲେନରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ବାରା କେକ୍ କାଟି ଆନନ୍ଦର ସହିତ ଉକ୍ତ ଉତ୍ସବର ଶୁଭାରମ୍ଭ କରାଇଥିଲେ। ଏଥିରେ ଷଷ୍ଠଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀର ବଡ ଭାଇ-ଭଉଣୀମାନଙ୍କୁ ବିଦାୟକାଳୀନ ଶୁଭେଚ୍ଛା ଜଣାଇଥିଲେ।

ପରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୁରୁକୁଳ-କ୍ଲାସେସରେ ଅତିବାହିତ କରିଥିବା ସମୟ ମଧ୍ୟରେ ନିଜନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।ଏହାପରେ ଅନୁଷ୍ଠାନର ପରିଚାଳକ ଘନଶ୍ୟାମ ପାଳ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀ କିପରି ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ହୋଇ ପରୀକ୍ଷା ଦେବେ ସେ ସଂପର୍କରେ ଉପଦେଶ ପ୍ରଦାନ କରିଥିଲେ। ଅନୁଷ୍ଠାନର ବରିଷ୍ଠ ଓଡ଼ିଆ ଶିକ୍ଷକ ଜିତେନ୍ କୁମାର ଦାଶ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପଦ୍ଧତି ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର ନିର୍ଦ୍ଦେଶକ ସମସ୍ତ ଛାତ୍ରଛାତ୍ରୀ ଗୁରୁକୁଳ-କ୍ଲାସେସ ପରିବାରର ଜଣେ ଜଣେ ସଦସ୍ୟ ବୋଲି କହି ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ସାଫଲ୍ଯ ନିମନ୍ତେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।