ଅନ୍ୟାନ୍ୟ

୩୦ ବର୍ଷର ସେବା ପରେ ତୀର୍ଥବାସୀ ସାମଲଙ୍କୁ ବିଦାୟ ସମ୍ବର୍ଦ୍ଧନା

By Angul TV Bureau

September 30, 2026

ଅନୁଗୋଳ: ଦୀର୍ଘ ୩୦ ବର୍ଷର ନିଷ୍ଠାପର ଚାକିରି ଜୀବନ ଶେଷ କରି କୃଷି ବିଭାଗରୁ ଅବସର ନେଇଥିବା କୃଷି ଅଧିଦର୍ଶକ ତୀର୍ଥବାସୀ ସାମଲଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ କୁଲେଇ ଗ୍ରାମର ଶ୍ରୀ ସାମଲ ୧୯୯୬ ସେପ୍ଟେମ୍ବର ୨୦ରୁ ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କୃଷି ବିଭାଗରେ ସେବା ପ୍ରଦାନ କରିଥିଲେ। ତାଙ୍କ ସଚ୍ଚୋଟତା ଓ ନିଷ୍ଠାପର ସେବାକୁ ସ୍ମରଣ କରି ଜିଲ୍ଲା କୃଷି ବିଭାଗ କର୍ମଚାରୀ ସଂଘ ପକ୍ଷରୁ ଏହି ବିଦାୟ ସଭା ଆୟୋଜିତ ହୋଇଥିଲା।

ଆଠମଲ୍ଲିକ ଗୋଷ୍ଠୀ କୃଷି ଅଧିକାରୀ ଜଗନ୍ନାଥ ବାରିକ ଓ ସହାୟକ କୃଷି ଅଧିକାରୀ ନୁମା ମହାପାତ୍ର ଉପସ୍ଥିତ ରହି ଶ୍ରୀ ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସହକର୍ମୀ ସୁଶାନ୍ତ ତାରାଇ, ସଞ୍ଜୁବାଲା ପ୍ରଧାନ, ବସନ୍ତ ଦେହୁରୀ, ଗୋବିନ୍ଦ ସାହୁ, ପଦ୍ମିନୀ ଷଡ଼ଙ୍ଗୀ, ସୁନୀଲ ମହାଲି, ସୁନୀଲ ପ୍ରଧାନ, ଜ୍ୟୋତିର୍ମୟୀ ପ୍ରଧାନ, ତନ୍ମୟ ସାହୁ ଓ ବିଚିତ୍ରା ବାରିକ ପ୍ରମୁଖ ଯୋଗ ଦେଇଥିଲେ।