ଅନ୍ୟାନ୍ୟ

ଫାର୍ମାସିଷ୍ଟ ବିନୋଦ ସରଙ୍କ ପରଲୋକ

By Biswaranjan Pattnaik

March 24, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ଷ୍ଟୋର ଫାର୍ମାସିଷ୍ଟ ବିନୋଦ କୁମାର ସରଙ୍କ ଆଜି ପୂର୍ବାହ୍ନ ସାଢେ଼ ଏଗାର ଟା ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ଧରି ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଗତ ଶନିବାର ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ପରିବାର ଲୋକେ ତାଙ୍କୁ ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ କିନ୍ତୁ ଆଜି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା। ଚାକିରିର ଶେଷ ଭାଗର ସ୍ବର୍ଗତ ସର ବିବାଦୀୟ ହୋଇ ପଡ଼ିଥିଲେ । ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ଏକ୍ସପାଇରି ହୋଇ ନଷ୍ଟ ହେବା ଏବଂ ଷ୍ଟୋର ସରଞ୍ଜାମ ରେଜିଷ୍ଟର ଅପଡେଟ ନ ଥିବା ଅଭିଯୋଗ ତାଙ୍କ ନାଁରେ ଆସିଥିଲା। ତାଙ୍କ ଘର ଢେ଼ଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ସେ କୁରୁଡୋଲ ଅଞ୍ଚଳରେ ରହୁଥିଲେ।