ଘଟଣା ଓ ଦୁର୍ଘଟଣା

ବଣୁଆ ହାତୀ ଆକ୍ରମଣରେ ଚାଷୀ ଗୁରୁତର: ଛେଣ୍ଡିପଦା ଅଞ୍ଚଳରେ ଅସନ୍ତୋଷ

By Angul TV Bureau

August 14, 2026

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତ ଭାଲୁଖାଇ ଢିପ ଗ୍ରାମରେ ଗୁରୁବାର ବଣୁଆ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଷୀ ଜଣକ ହେଲେ ୪୫ ବର୍ଷୀୟ ପରମେଶ୍ବର ସାହୁ।

ସୂଚନା ଅନୁଯାୟୀ, ପରମେଶ୍ବର ବିଲକୁ ଚାଷ କାମ ପାଇଁ ଯାଉଥିବା ବେଳେ ଘର ପଛପଟେ ଥିବା ଏକ ବଣୁଆ ହାତୀ ହଠାତ୍‌ ଆକ୍ରମଣ କରିଥିଲା। ଆକ୍ରମଣରେ ତାଙ୍କ ଛାତି ଓ ଗୋଡ଼ରେ ଗାଭୀର ଆଘାତ ଲାଗିଛି। ପରିବାର ଲୋକେ ତାଙ୍କୁ ପ୍ରଥମେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

ଦୀର୍ଘଦିନ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବାରୁ ବ୍ୟାପକ ଧନଜୀବନ ଓ ଫସଲ ହାନି ହେଉଛି। ଜଙ୍ଗଲ ବିଭାଗ ପକ୍ଷରୁ ଆହତ ଚାଷୀଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ସହ ଏହାର ସ୍ଥାୟୀ ପ୍ରତିକାର କରା ନଗଲେ ଆଗାମୀ ଦିନରେ ହାତୀ-ମଣିଷ ବିବାଦ ଆହୁରି ବଢ଼ିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚେତାବନୀ ଦିଆଯାଇଛି।