ଘଟଣା ଓ ଦୁର୍ଘଟଣା

ହଳ କରୁଥିବା ବେଳେ ଟ୍ରାକ୍ଟର ସହ ମୁକୁଳା କୂଅରେ ଗଳିପଡ଼ିଲେ ଚାଳକ, ଘଟଣାସ୍ଥଳରେ ମୃତ୍ୟୁ

By Sanjeeb Biswal

July 06, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଚାଷ ଜମିରେ ଚାଷ କରୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୂଅ ଭିତରକୁ ଟ୍ରାକ୍ଟର ମାଡ଼ିଯାଇଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା (୩୦)।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଜାମୁଣ୍ଡା ଗ୍ରାମରେ ଓଡ଼କପା ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା ଟ୍ରାକ୍ଟର ସାହାଯ୍ୟରେ ବିଲରେ ଚାଷ କରୁଥିଲେ। ଚାଷ ଜମି ପାଖକୁ ଲାଗି ଏକ ମୁକୁଳା ଗଭୀର କୂଅ ଥିବା ବିଷୟରେ ସେ ଜାଣି ନଥିଲେ। ଅସାବଧାନତା ଯୋଗୁଁ ସେ ଟ୍ରାକ୍ଟର ସହ କୂଅ ଭିତରେ ଖସି ପଡ଼ିଥିଲେ।

ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ସମେତ ଚାଳକଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଚାଳକଙ୍କ ମୃତ୍ୟୁ ହୋଇ ସାରିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।