ଘଟଣା ଓ ଦୁର୍ଘଟଣା

ବଜ୍ରପାତରେ ଚାଷୀ ମୃତ

By Angul TV Bureau

August 04, 2025

ଛେଣ୍ଡିପଦା: ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଗାଁର କରୁଣାକର ସାହୁ(୫୮)।

ସୂଚନା ଯେ ଅପରାହ୍ନରେ କରୁଣାକର ବାଡି ପଟେ କାର୍ଯ୍ୟ କରୁଥିବାବେଳେ ବଜ୍ରପାତ ହେବାରୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକ ତାଙ୍କୁ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର କରୁଣାକରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଛେଣ୍ଡିପଦା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। କରୁଣାକରଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।