ଘଟଣା ଓ ଦୁର୍ଘଟଣା

ଗାଧୋଇବାକୁ ଯାଇ ପାଣିରେ ବୁଡ଼ି କୃଷକଙ୍କ ମୃତ୍ୟୁ

By Angul TV Bureau

December 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡିର ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଗ୍ରାମରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ସନ୍ୟାସୀ ବେହେରା। ସୂଚନା ମୁତାବକ, ସନ୍ୟାସୀ ସକାଳେ ବିଲକୁ ଧାନ କାଟିବାକୁ ଯାଇ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ନଫେରିନଥିଲେ। ଏଣୁ ପରିବାର ଲୋକେ ବିଲକୁ ଯାଇ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇବା ପରେ ସମସ୍ତେ ଖୋଜାଖୋଜି କରିଥିଲେ। କଣ୍ଟଇ ବନ୍ଧରେ ସନ୍ୟାସୀଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଲେ ଡାକ୍ତର ସେଠାରେ ସନ୍ୟାସୀଙ୍କୁ ମୃତ ଘୋଷଣା କରିଥିଲେ।

ମହୀଧରପୁର ଫାଣ୍ଡି ପୋଲିସ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ନପାରିବାରୁ ବ୍ୟବଚ୍ଛେଦ ଗୃହରେ ସଂରକ୍ଷିତ ରଖାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।