ଘଟଣା ଓ ଦୁର୍ଘଟଣା

ହାତୀ ଆକ୍ରମଣରେ ଚାଷୀ ମୃତ

By Biswaranjan Pattnaik

October 29, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣେ ଚାଷୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟ , ପରା ଗାଁ ର ସୋମନାଥ ସାହୁ(୩୧) ଘର ପାଖ ବିଲରେ ବାଇଗଣ ଓ କଲରା ଚାଷ ଦେଖୁଥିବା ବେଳେ ହଠାତ ହାତୀ ଆକ୍ରମଣ କରିଥିଲା। ହାତୀ ଦଳିଦେବାରୁ ଘଟଣା ସ୍ଥଳରେ ସୋମନାଥଙ୍କ ମୃତ୍ୟୁ ଘଟିଥିଲା। ଗାଁ ଲୋକ ପାଟି ଶୁଣି ଘଟଣା ସ୍ଥଳକୁ ଯାଇସେଠାରେ ଚାରି ଗୋଟି ହାତୀ ବୁଲୁଥିବା ଦେଖିଥିଲେ।ହାତୀ ଚଲାପଥ ଧ୍ବଂସ ଏବଂ ଜଙ୍ଗଲରେ ଖାଦ୍ୟ ଓ ପାଣିର ଅଭାବ ହେତୁ ହାତୀ ପଲ ଏବେ ଗାଁ ମୁହାଁ ହେଉଛନ୍ତି ଏବଂ ଦିନକୁ ଦିନ ହାତୀ ମଣିଷ ବିବାଦ ବୃଦ୍ଧି ପାଉଛି ।