ଘଟଣା ଓ ଦୁର୍ଘଟଣା

୧୦୮ ଆମ୍ବୁଲାନ୍ସ ଧକ୍କାରେ ଚାଷୀ ଗୁରୁତର

By Swagatika Samantray

July 21, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟ ସାମ୍ନାରେ ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ମାଛକୁଟା ଗାଁର ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯୟୀ, ଗୁରୁବାର ଭୋର ସମୟରେ ମାଛକୁଟା ଗାଁର ଲିପୁ ଗଡ଼ନାୟକ ହଳ ବଳଦସହ ବିଲକୁ ଯାଉଥିବା ବେଳେ ଏକ ୧୦୮ ଆମ୍ବୁଲାନ୍ସ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ବଳଦ ସହ ଲିପୁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଲିପୁଙ୍କୁ ଛେଣ୍ଡିପଦା ଗୋଷୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏ ନେଇ ଅଭିଯୋଗ ପାଇବାପରେ ପୁଲିସ ଏକ ମାମଲା ରୁଜୁକରି ଆମ୍ବୁଲାନ୍ସକୁ ଜବତ କରିଛି। ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇ।