ଘଟଣା ଓ ଦୁର୍ଘଟଣା

ଦନ୍ତା ଆକ୍ରମଣରେ ଭାଙ୍ଗିଲା ଚାଷୀର ଗୋଡ଼, ହସ୍ପିଟାଲରେ ଭର୍ତ୍ତି

By Sanjeeb Biswal

December 14, 2022

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ତେବୁଡ ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତବକ, ପଟକୁମୁଣ୍ଡା ପଞ୍ଚାୟତ ତେବୁଡ଼ ଗାଁର ଅଥାନି ପ୍ରଧାନ (୪୮) ମଙ୍ଗଳବାର ରାତିରେ ଘର ନିକଟ ଖଳାରେ ଧାନ ଜଗିଥିଲେ। ବିଳମ୍ବିତ ରାତିରେ ସେଠାରେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା।

ଅଥାନି ଚିତ୍କାର କରିବାରୁ ପରିବାର ଲୋକେ ଦୌଡି ଆସି ପାଟି କରିବାରୁ ହାତୀଟି ଜଙ୍ଗଲଆଡକୁ ପଳାଇଥିଲା। ହାତୀକୁ ଦେଖି ଅଥାନି ଆସୁ ଥିବା ବେଳେ ପଡ଼ି ଯାଇ ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ଗାଁ ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ତିପଦା ସ୍ୱାସ୍ଥ୍ୟା କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅଥାନିଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ଡାକ୍ତର କହିଛନ୍ତି। ସେ ଏବେ ଛେଣ୍ତିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ଜଣାଯାଇଛି।